ପୋଲିସ୍ SI ସ୍କାମ୍, ୧୭ ଜଣଙ୍କ ଜାମିନ ଖାରଜ
ପୋଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ଓ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ଚର୍ଚ୍ଚିତ ମାମଲାରେ ଓଡ଼ିଶା ହାଇକୋର୍ଟ ୧୭ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ମାନ୍ୟବର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଭଳି କାର୍ଯ୍ୟ କେବଳ ଆଇନ ଭଙ୍ଗ ନୁହେଁ, ବରଂ ଯୋଗ୍ୟ ଓ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତକୁ କ୍ଷତିଗ୍ରସ୍ତ କରି ସମାଜରେ ଖରାପ ପ୍ରଭାବ ପକାଇ ଥାଏ । ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ଥିବାରୁ ଏହା ଏକ ଗୁରୁତର ସାମାଜିକ ଓ ଆର୍ଥିକ ଅପରାଧ ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି ।
