ପ୍ରଥମ ଥର ଭାରତ ଆସିଲେ ରୁବିଓ

କୋଲକାତାରେ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ

କୋଲକାତାରେ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ । ପ୍ରଥମ ଥର ଭାରତ ଆସିଲେ ରୁବିଓ! କୋଲକାତାରେ ହେଲା ଭବ୍ୟ ସ୍ୱାଗତ । ଭାରତ ମାଟିରେ ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ଏହାକୁ ଦୁଇ ଦେଶର ସମ୍ପର୍କ କ୍ଷେତ୍ରରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଆଜି ସେ ନୂଆଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଆଗାମୀ କିଛି ଦିନର ଏହି ହାଇ-ପ୍ରୋଫାଇଲ୍ ଗସ୍ତ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ।ନୂଆ ଓ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ସହଯୋଗ ନେଇ ଉଭୟ ଦେଶ ଆଲୋଚନା କରିବେ । ସେହିପରି ସାମରିକ ସହଭାଗିତା ଏବଂ ପ୍ରତିରକ୍ଷା ଚୁକ୍ତିକୁ ଆଗକୁ ବଢ଼ାଇବା ସହ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ସୁରକ୍ଷା ଏବଂ ସ୍ଥିରତା ପାଇଁ ‘କ୍ୱାଡ୍’ ସଂଗଠନର ରଣନୀତି ହେବ । ଏହି ଗସ୍ତ ଭାରତ ଓ ଆମେରିକାର ରଣନୀତିକ ସମ୍ପର୍କ ନୂଆ ଶିଖରରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *