ଆଜିଠୁ ମୋଦିଙ୍କ ଫିଲିପାଇନ୍ସ ଗସ୍ତ
ଆଜିଠୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆୟୋଜିତ ଆସିଆନ୍-ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଅବସରରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନେତାଙ୍କ ସହ କ୍ୱାଡ୍ ବୈଠକ ମଧ୍ୟ ହୋଇପାରେ । ମୋଦିଙ୍କ ଗସ୍ତରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ସାମୁଦ୍ରିକ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ବିଶେଷକରି ସମୁଦ୍ରରେ ସୁରକ୍ଷା ବ୍ୟବସ୍ଥା ମଜଭୁତ କରିବା ଓ ଦେଶଗୁଡ଼ିକ ମଧ୍ୟରେ ବ୍ୟବସାୟ ବଢ଼ାଇବା ନେଇ ଆଲୋଚନା ହେବ ।ଏହାସହ ବିଭିନ୍ନ ଦେଶର ନେତାଙ୍କ ସହ ମୋଦି ଅଲଗା ଅଲଗା ବୈଠକ କରିପାରନ୍ତି। ସେହିପରି ମୋଦି-ଟ୍ରମ୍ପ ଭେଟଘାଟକୁ ନେଇ ଚର୍ଚ୍ଚା ଚାଲିଛି। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟର ର ବିଶ୍ୱନେତାଙ୍କ ପାଇଁ ସ୍ୱତନ୍ତ୍ର ରାତ୍ରିଭୋଜନର ଆୟୋଜନ କରିବେ ।
