କୋରାପୁଟର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ

କୋରାପୁଟର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ । ଦିନ ସାଢେ ୧୧ ଟାରୁ ୧୨ ମଧ୍ୟରେ ପ୍ରକଳ୍ପ ଟ୍ରିପ ହୋଇଥିଲା l ପ୍ରକଳ୍ପ କେବୁଲ ଗୁଡ଼ିକରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା l ପ୍ରକଳ୍ପ ଭିତରେ ଭୟାବହ ଅଗ୍ନିକାଣ୍ଡ ଦେଖି ପ୍ରକଳ୍ପ କର୍ମଚାରୀ ବାହାରକୁ ଚାଲି ଆସିଥିଲେ l ଟରବାଇନ ଫ୍ଲୋରରେ କିଛି କର୍ମଚାରୀ ଫସି ରହିଥିଲେ l ବାହାରେ ଥିବା କିଛି କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସହଯୋଗୀ କର୍ମଚାରୀଙ୍କୁ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ l ଅଣନିଶ୍ୱାସୀ ହୋଇଯାଇଥିବା କର୍ମଚାରୀଙ୍କ ଚିକିତ୍ସା ଜାରି ରହିଛି l

Leave a Reply

Your email address will not be published. Required fields are marked *