ଭାରତ ଆସିଲା ଦାଉଦ ଇବ୍ରାହିମର ଖାସ୍ ସହଯୋଗୀ ସଲିମ ଡୋଲା
ଭାରତ ଆସିଲା ଦାଉଦର ଡାହାଣ ହାତ । ଭାରତ ଆସିଲା ଦାଉଦର ଡାହାଣ ହାତ ସଲିମ ଡୋଲା । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅତି ନିକଟତର ସହଯୋଗୀ ସଲିମ ଡୋଲାକୁ ଭାରତ ଅଣାଯାଇଛି । ଆଜି ସକାଳେ ତାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀର ଏୟାରପୋର୍ଟରେ ଓହ୍ଲାଯାଇଥିଲା । ଭାରତୀୟ ଗୁପ୍ତଚର ସଂସ୍ଥା ଏବଂ ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକର ମିଳିତ ସହଯୋଗରେ ଏହି ଅପରେସନ ସଫଳ ହୋଇଛି ।କିଛି ଦିନ ପୂର୍ବରୁ ତାକୁ ତୁର୍କୀର ଇସ୍ତାନବୁଲ୍ ସହରରୁ ଅଟକ ରଖାଯାଇଥିଲା । ବର୍ତ୍ତମାନ ଗୁପ୍ତଚର ଅଧିକାରୀମାନେ ତାକୁ ପଚରାଉଚରା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ତାକୁ ଅଧିକ ତଦନ୍ତ ପାଇଁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯିବ । ଏହି ପ୍ରତ୍ୟର୍ପଣ ଭାରତୀୟ ଗୁଇନ୍ଦା ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି । ସଲିମ ଡୋଲା ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଏୟାରପୋର୍ଟରେ ଅଣାଯାଇଛି । ସଲିମ ଡୋଲାକୁ ପଚରାଉଚରା କରି ଅଣ୍ଡରୱାର୍ଲ୍ଡ ନେଟୱାର୍କ ସହିତ ଜଡିତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ସୂଚନା ମିଳିପାରେ । ମୁମ୍ବାଇ ପୋଲିସ ସଲିମ ଡୋଲାଙ୍କୁ ପଚରାଉଚରା କରିବ ।
