ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଟ୍ରାଏଲ୍

ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ

ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ। ଦୁଇଟି ସ୍ନାଇପର ଟିମ୍ ସହ ଅଗ୍ନିଶମ ବିଭାଗର ଲ୍ୟାଡର୍,K 9 ସନ୍ଧାନୀ କୁକୁର,ବୋମା ନିଷ୍କ୍ରିୟକାରୀ ଦଳ ସାମିଲ ଥିଲ । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବ୍ୟବହିତ ପୂର୍ବରୁ ଗତକାଲି ପରି ଆଜି ପୁରୀରେ ମକଡ୍ରିଲ କରାଯାଇଥିଲା । ପ୍ରଥମେ ସକାଳେ ଏକ ତାରକା ହୋଟେଲରେ ଓ ପରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏହି ମକଡ୍ରିଲ କରାଯାଇଥିଲା । ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଥିବାରୁ ମକଡ୍ରିଲ ହେଉଥିବା ସ୍ଥାନର ଦୁଇ ପାର୍ଶ୍ୱକୁ ବନ୍ଦ କରିଦିଆଯାଇଥିଲା । ସ୍ପସାଲ ଟାକ୍ଟିକାଲ ୟୁନିଟ,sog , ଓଡ଼ିଶା ପୋଲିସ ,ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାର୍ଡ,ଅଗ୍ନିଶମ ବିଭାଗ ଓ ଓଡ଼୍ରାଫ୍ ସହଯୋଗରେ ଏହି ମକ ଡ୍ରିଲ୍ କରାଯାଇଥିଲା।ଏହା ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଭକ୍ତଙ୍କ ବେଶ୍ ଭିଡ ଲାଗିଥିଲା । ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ସହ ସାଧାରଣ ଜନତା ଓ ଯାତ୍ରୀଙ୍କ ସୂଚନା ଓ ସହଯୋଗ ବଳରେ ଯେ କୌଣସି ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରାଯାଇପାରିବ ବୋଲି ଏହି ମକ ଡ୍ରିଲ୍ ମାଧ୍ୟମରେ ଦୃଢ଼ ବାର୍ତ୍ତା ଦିଆଯାଇଛି ।

Leave a Reply

Your email address will not be published. Required fields are marked *