ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା

ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରାକୁ ବିରୋଧ

ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରାକୁ ବିରୋଧ । ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ପାରମ୍ପାରିକ ତିଥି ବଦଳରେ ଅ-ତିଥିରେ ରଥଯାତ୍ରା ପାଳନରୁ ନିବୃତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହାପୁର ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ହାପୁରରେ ଜଗନ୍ନାଥ ସେବା ସଂସ୍ଥା ପକ୍ଷରୁ ଏହି ରଥଯାତ୍ରା ଆୟୋଜନ କରାଯାଉଛି । ଆସାନ୍ତା ଜୁନ ୧୩ରେ ନେତ୍ରୋତ୍ସବ ଏବଂ ୧୪ରେ ରଥଯାତ୍ରା ଅନୁଷ୍ଠିତ ହେବ । ଯାହାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଛି । ଅ-ତିଥିରେ ପାଳନ କରାଯାଉଥିବା ରଥଯାତ୍ରାକୁ ବିରୋଧ କରି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟିରେ ସଙ୍କଳ୍ପ ପାରିତ ହୋଇଛି । ଚଳିତ ବର୍ଷ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ରଥଯାତ୍ରା ପାରମ୍ପାରିକ ତଥା ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ଯଥାକ୍ରମେ ଜୁଲାଇ ୧୪ ଏବଂ ୧୬ ତାରିଖରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *