ରାଜ୍ୟରେ ଅସହ୍ୟ ତାତି, ଜଳୁଛି ପଶ୍ଚିମ ଓଡ଼ିଶା

ଦିନ ୧୧ ଟା ସୁଦ୍ଧା ୪୦ ଡିଗ୍ରି ପାର କଲା  ଝାରସୁଗୁଡ଼ାର ତାପମାତ୍ରା

ତାତିରୁ ନାହିଁ ନିସ୍ତାର। ଆସନ୍ତା ୪ ଦିନ ପର୍ୟ୍ୟନ୍ତ ହିଟୱେଭ ନେଇ ପାଣିପାଗ ବିଭାଗର ସତର୍କତା। ଆସନ୍ତାକାଲି ହିଟୱେଭ ଓ ଗୁଳୁଗୁଳି ନେଇ ଆସନ୍ତାକାଲି ୧୬ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ତାରିଖ ପାଇଁ ୧୮ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୨ ତାରିଖ ୧୯ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏବଂ ୨୩ ତାରିଖ ପାଇଁ ୨୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ବିଶେଷକରି ପଶ୍ଚିମ ଓଡ଼ିଶା ପାଇଁ ହିଟୱେଭ ଜାରି ହୋଇଥିବା ବେଳେ ଉପକୁଳ ଜିଲ୍ଲାଗୁଡିକ ପାଇଁ ଗୁଳୁଗୁଳୁ ନେଇ ସତର୍କତା ଜାରି ହୋଇଛି। ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛନ୍ତି ଲୋକ। ଆକାଶରୁ ଖସୁଛି ନିଆଁ। ସକାଳୁ ସକାଳୁ ଅହସ୍ୟ ହେଇ ପଡ଼ୁଛି ତାତି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସମ୍ବଲପୁର ଓ ହୀରାକୁଦରେ ୪୦ ଡିଗ୍ରି ପହଞ୍ଚିଛି ପାରଦ। ସେହିପରି ରାଜଧାନୀ ଭୁବନେଶ୍ବରରେ ୩୭.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ବାଲେଶ୍ବର ଓ ଚାନ୍ଦବାଲିରେ ୩୫ ଡିଗ୍ରି ଛୁଇଁଛି ପାରଦ। ସେପଟେ ଆଜି ଉପକୂଳ ଜିଲ୍ଲାଗୁଡ଼ିକରେ ଖରା ସାଙ୍ଗକୁ ଅସହ୍ୟ ହୋଇପାରେ ଗୁଳଗୁଳି। ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିବା ନେଇ ଆକଳନ କରାଯାଇଛି। ଖରା ଗରମକୁ ଦୃଷ୍ଟିରେ ରଖି ଦିନ ୧୧ଟା ରୁ ୩ଟା ପର୍ୟ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *