ପ୍ରଧାନମନ୍ତ୍ରୀ ୫୯୪ କିମି ଲମ୍ବା ଗଙ୍ଗା ଏକ୍ସପ୍ରେସ ୱେ କଲେ ଉଦ୍ଘାଟନ

ପ୍ରଧାନମନ୍ତ୍ରୀ ୫୯୪ କିମି ଲମ୍ବା ଗଙ୍ଗା ଏକ୍ସପ୍ରେସ ୱେ କଲେ ଉଦ୍ଘାଟନ

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କରିଛନ୍ତି । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ । ପ୍ରାୟ ୧ ହଜାର ୫୦ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ପ୍ରାୟ ୫ ହଜାର ୩୦୦ କୋଟି ମୂଲ୍ୟର ୧୧୨ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।ଏହି ଛଅ ଲେନ ବିଶିଷ୍ଟ ରାସ୍ତା ୮ ଲେନକୁ ସମ୍ପ୍ରସାରିତ ହୋଇପାରୁଥିବା ବେଳେ ମିରଟରୁ ପ୍ରୟାଗରାଜ ମଧ୍ୟରେ ୧୨ ଟି ଜିଲ୍ଲା ସହିତ ସଂଯୋଗ କରୁଛି । ଏହା କେବଳ ଏକ ରାସ୍ତା ଭାବରେ ନୁହେଁ, ବରଂ ଏକ ଶିଳ୍ପ, ଲଜିଷ୍ଟିକ୍ସ ଏବଂ ବିକାଶ କରିଡର ଭାବରେ କାର୍ଯ୍ୟ କରିବ । ଗଙ୍ଗା ଏକ୍ସପ୍ରେସ ୱେ ମେରଠ, ହାପୁଡ, ବୁଲନ୍ଦସହର, ଅମରୋହା, ସମ୍ଭଲ, ବଦାୟୁ, ଶାହଜାହାଁପୁର, ହରଦୋଇ, ଉନ୍ନାଓ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ଭଳି ୧୨ଟା ଜିଲ୍ଲା ସହିତ ଯୋଡିବ ।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ବଡ଼ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପରିବହନ ଓ ଭିତ୍ତିଭୂମି କ୍ଷେତ୍ରରେ ବାରାଣସୀ-ଆଜାମଗଡ଼ ରାସ୍ତାର ପ୍ରଶସ୍ତିକରଣ ସହ କଜ୍ଜାକପୁରା ଏବଂ କାଦିପୁରଠାରେ ରେଳ ଓଭରବ୍ରିଜର ଉଦଘାଟନ ହୋଇଛି । ଗଙ୍ଗା ନଦୀ ଉପରେ ଏକ ନୂତନ ରେଳ-ତଥା-ସଡ଼କ ସେତୁ ପାଇଁ ଶିଳାନ୍ୟାସ ହୋଇଛି । ବାରାଣସୀ-ପୁଣେ ଏବଂ ଅଯୋଧ୍ୟା-ମୁମ୍ବାଇ ଦୁଇଟି ନୂଆ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *