ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା

ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ । ସ୍ୱାମୀଙ୍କୁ ହତ୍ୟା କରି ସିମେଣ୍ଟ ଡ୍ରମରେ ଭର୍ତ୍ତି କରିଥିବା ପତ୍ନୀ ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୧୨୬ ଟି ଶୁଣାଣି ଓ ୨୨ ସାକ୍ଷୀଙ୍କ ବୟାନ ପରେ ମେରଟ ଜିଲ୍ଲା ଅଦାଲତ ରାୟ ଶୁଣାଇଛନ୍ତି ।ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ଉତ୍ତରପ୍ରଦେଶର ମେରଟ ସହରର ବହୁଚର୍ଚ୍ଚିତ ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଅଦାଲତ ଆଜି ଐତିହାସିକ ରାୟ ଶୁଣାଇଛନ୍ତି । ନିଜ ସ୍ୱାମୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମୃତଦେହ ଖଣ୍ଡ ବିଖଣ୍ଡିତ କରିଥିବା ଅଭିଯୁକ୍ତ ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲାଙ୍କୁ ମେରଟ ଜିଲ୍ଲା କୋର୍ଟ ମୃତ୍ୟୁଦଣ୍ଡ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ବୁଧବାର ଦଣ୍ଡବିଧାନ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *