ଆସାମରେ ବନ୍ୟା ବିଭୀଷିକା

ଆସାମରେ ବନ୍ୟା ବିଭୀଷିକା, ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି

ଆସାମରେ ବନ୍ୟା ବିଭୀଷିକା ଭୟଙ୍କର । ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି। ରାଜ୍ୟର ୨୫ଟି ଜିଲ୍ଲାରେ ୭ ଲକ୍ଷ ୨୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଗାଁ ଏବେବି ପାଣି ଘେରରେ ରହିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କହିଛନ୍ତି, ୧୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ଆଗାମୀ ୩ରୁ ୪ ଦିନ ମଧ୍ୟରେ ଜଳମଗ୍ନ ଅଞ୍ଚଳରୁ ଆହୁରି ମୃତଦେହ ଉଦ୍ଧାର ହେବାର ସମ୍ଭାବନା ରହିଛି । ତେଣୁ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ । କ୍ଷୟକ୍ଷତିର ପରିମାଣ କଳ୍ପନାଠାରୁ ଅଧିକ ବୋଲି ସେ କହିଛନ୍ତି । ସିବସାଗର, ଚରାଇଦେଓ ଓ ଜୋରହାଟ ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି ।

Leave a Reply

Your email address will not be published. Required fields are marked *