ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ପ୍ରସ୍ତୁତି ବୈଠକରେ ସର୍ବସମ୍ମତି କ୍ରମେ ତାରିଖ ନିର୍ଦ୍ଧାରଣ କରାଯାଇଛି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ। ଜିଲ୍ଲାପାଳ କହିଛନ୍ତି, ବୈଠକରେ କଂସ ମହାରାଜଙ୍କୁ ପରିବର୍ତ୍ତନ ନେଇ କିଛି ଲୋକଙ୍କ ମତାମତ ଆସିଛି। ପ୍ରସଙ୍ଗକୁ ଆର୍ଟିଷ୍ଟ ସିଲେକ୍ସନ କମିଟିକୁ ରେଫର କରାଯାଇଛି।

ଆର୍ଟିଷ୍ଟ ସିଲେକ୍ସନ କମିଟି ଆସନ୍ତା ୧୫ ଦିନ ମଧ୍ୟରେ ଲୋକଙ୍କଠାରୁ ମତାମତ ସଂଗ୍ରହ କରିବ। ସେହି ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଗତକାଲି ଅନୁଷ୍ଠିତ ୭୯ତମ ବୈଠକରେ ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା। ଦୀର୍ଘ ୧୧ ଦିନ ଧରି ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବା ସହ ଅମ୍ବାପାଲି ପାଲଟିବ ଗୋପପୁର। ଶ୍ରୀକୃଷ୍ଣଙ୍କ ଲୀଳା ଓ ମହାରାଜ କଂସଙ୍କ ରାଜଦରବାରକୁ ନେଇ ଜୀବନ୍ତ ହେବ ମୁକ୍ତାକାଶ ରଙ୍ଗମଞ୍ଚ।

Leave a Reply

Your email address will not be published. Required fields are marked *