ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ ଗେଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ ଗେଟ୍। ବାମ ପାର୍ଶ୍ୱର ୩ ଓ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ। ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଡ୍ୟାମର ଉପରମୁଣ୍ଡରେ ବନ୍ୟାଜଳ ପ୍ରବେଶ ପରିମାଣ ବଢ଼ୁଥିବାରୁ ଗେଟ ଖୋଲାଯାଇଛି। ବର୍ତ୍ତମାନ ଜଳସ୍ତର ୬୧୧.୫୦ ଫୁଟ୍ ରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୫୭ ହଜାର ୪୪୨ କ୍ୟୁସେକ୍ ଘନଫୁଟ୍ ଜଳ ପ୍ରବେଶ କରୁଛି ଏବଂ ୩୩ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।

Leave a Reply

Your email address will not be published. Required fields are marked *