ବନ୍ଦ ହେଲା ଅମରନାଥ ଓ ବୈଷ୍ଣୋ ଦେବୀ ଯାତ୍ରା
ଖରାପ ପାଗ ଯୋଗୁଁ ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ପରେ ପ୍ରଶାସନ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଯାତ୍ରାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ବର୍ତ୍ତମାନ ଜମ୍ମୁ-କାଶ୍ମୀର ଦେଖୁଛି ପ୍ରକୃତିର ରୁଦ୍ରରୂପ । ଜୁଲାଇ ୧୯ ତାରିଖ ଅର୍ଥାତ୍ ଆଜିଠାରୁ ବାର୍ଷିକ ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗକୁ ପାଗ ଆହୁରି ବିଗିଡିପାରେ, ଯାହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ଜମ୍ମୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି ।
