ପୁରୀ ସମୁଦ୍ରରେ ଅଘଟଣ

ଗାଧୋଉଥିବା ବେଳେ ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ। ପୁରୀ ହୋଟେଲ ସମ୍ମୁଖ ସମୁଦ୍ର କୂଳ ସେକ୍ଟର-୩ ରେ ଘଟିଛି ଅଘଟଣ । ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଓ ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ଦୁଇ ପର୍ଯ୍ୟଟକ ଝାଡଖଣ୍ଡର ଅମନ୍ କୁମାର ଓ ବିହାରର ରବି କୁମାର । ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ଲାଇଫ ଗାର୍ଡ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ।

Leave a Reply

Your email address will not be published. Required fields are marked *