ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ
ଆଜି ଦିଲ୍ଲୀର ମାଲ୍ୟବ ନଗରରେ ଥିବା ହୋଟେଲ ଫ୍ଲୋରିସ୍ ଷ୍ଟେରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡ ପରେ ଜୀବନ ବଞ୍ଚାଇବାକୁ ଅନେକ ଲୋକ କୋଠାରୁ ଡେଇଁ ଖସି ପଳାଇବାକୁ ଚେଷ୍ଟା କରିଥିବା ଜଣାପଡିଛି । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।ସୂଚନାନୁଯାୟୀ, ଅଗ୍ନିଶମ ବିଭାଗ ସକାଳ ୯ ଟା ସମୟରେ ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇଥିଲା । ଏଥିସହ ଜଣେ ବରିଷ୍ଠ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ରେଷ୍ଟୁରାଣ୍ଟରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୧୦ଟି ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ କରାଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରାଯାଇଛି। କୋଠାରେ ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଅଧିକାରୀମାନେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
