ପାଟନାର ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିମାଡ଼
ପାଟନାର ମୁସଲ୍ଲାପୁର ହାଟ୍ ଅଞ୍ଚଳରେ ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିମାଡ଼ । ଗୁଳିମାଡ଼ରେ ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ସୂଚନା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ଖାନ୍ ସାର୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । କମ୍ ଫି’ରେ ପଢ଼ାଉଥିବାରୁ ଖାନ୍ ସାର୍ ଙ୍କୁ ହତ୍ୟା ଉଦ୍ୟମ! ହୋଇଥିବା ଜଣାପଡିଛି । କୋଚିଂ ଇନଷ୍ଟିଚ୍ୟୁଟ୍ ବାହାରେ କିଛି ଅଜ୍ଞାତ ଦୁର୍ବୃତ୍ତ ୫ ରୁ ୮ ରାଉଣ୍ଡ ଆଖିବୁଜା ଗୁଳିମାଡ଼ କରିଛନ୍ତି । ହଠାତ୍ ହୋଇଥିବା ଏହି ଗୁଳିମାଡ଼ ଶବ୍ଦରେ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଆକ୍ରମଣ ସମୟରେ ଖାନ୍ ସାର୍ ଙ୍କ ଇନଷ୍ଟିଚ୍ୟୁଟ୍ ର ପୋଷ୍ଟର ଓ ବ୍ୟାନର ମଧ୍ୟ ଚିରି ଦିଆଯାଇଛି । ଏହି ଆକ୍ରମଣ ପଛରେ ଅନ୍ୟ ଏକ ପ୍ରତିଦ୍ୱନ୍ଦ୍ୱୀ କୋଚିଂ ସେଣ୍ଟରର ହାତ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଖାନ୍ ସାର । ଏପରିକି ଗତ କିଛି ଦିନ ହେବ ଧମକ ମଧ୍ୟ ମିଳୁଥିଲା ବୋଲି କହିଛନ୍ତି।
