ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା

ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଭୟଙ୍କର ହେବାରେ ଲାଗିଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସ୍ ରେ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ଚନ୍ଦ୍ରନାଥ ରଥ । ତାଙ୍କୁ କୋଲକାତା ନିକଟସ୍ଥ ମଧ୍ୟମଗ୍ରାମରେ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ରାତି ପ୍ରାୟ ୧୦ଟା ୨୦ ମିନିଟ ସମୟରେ ଚନ୍ଦ୍ରନାଥ ରଥ ଏକ କାର୍ ରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ବାଇକ୍ ରେ ଆସି ତାଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ କାର୍ ଝରକା ଦେଇ ଖୁବ୍ ନିକଟରୁ ତାଙ୍କ ଉପରକୁ ପ୍ରାୟ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ରଥଙ୍କ ଛାତି, ପେଟ ଏବଂ ମୁଣ୍ଡରେ ୩ଟି ଗୁଳି ବାଜିଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।ତାଙ୍କ କାର୍ ଚାଳକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ବିଜେପି ଏହାକୁ ଏକ “ଯୋଜନାବଦ୍ଧ ରାଜନୈତିକ ହତ୍ୟାକାଣ୍ଡ” ବୋଲି କହିିଛି । ଏଥିପାଇଁ TMC କୁ ଦାୟୀ କରିଛି ବିଜେପି । ଗୁଣ୍ଡାଗିରିକୁ ଆଉ ବରଦାସ୍ତ କରାଯିବନି ବୋଲି କହିଛି । ଶୁଭେନ୍ଦୁ ଅଧିକାରୀ ଏହାକୁ ଯୋଜନାବଦ୍ଧ କୋଲ୍ଡ ବ୍ଲଡେଡ୍ ମର୍ଡର ବୋଲି କହିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଥ୍ୟ ପ୍ରମାଣ ସଂଗ୍ରେହ କରିଛନ୍ତି ।

Leave a Reply

Your email address will not be published. Required fields are marked *