ପଶ୍ଚିମବଙ୍ଗରେ ଟିଏମସିର ବିପର୍ଯ୍ୟୟ

, ଭବାନୀପୁରରୁ ହାରିଲେ ମମତା

ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସିର ବିପର୍ଯ୍ୟୟ ସହ ନିଜେ ମମତା ବାନାର୍ଜୀ ତାଙ୍କ ପାରମ୍ପାରିକ ଆସନ ଭବାନୀପୁରରୁ ପରାଜିତ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ସେ ୧୫୧୧୩ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ଶେଷ ରାଉଣ୍ଡ ଗଣତି ପରେ ମମତା ବାନାର୍ଜୀଙ୍କୁ ୫୮୩୫୦ ଖଣ୍ଡ ଭୋଟ ମିଳିଥିବା ବେଳେ ଶୁଭେନ୍ଦୁ ଅଧିକାରୀଙ୍କୁ ୭୩୪୬୩ ଖଣ୍ଡ ଭୋଟ ମିଳିଛି । ସୂଚନା ଥାଉ କି, ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀଙ୍କୁ ପରାଜିତ କରିଥିଲେ ଶୁଭେନ୍ଦୁ ଅଧିକାରୀ । ଏହାପରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ହେଲେ ଏଥର ଦଳର ବିପର୍ଯ୍ୟୟ ସହ ଶେଷ ମୁହୂର୍ତ୍ତରେ ମମତା ବାନାର୍ଜୀ ବି ପରାଜିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *