ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଦିଲ୍ଲୀ ବିଲ୍ଡିଂ ଭୁଶୁଡ଼ିବା ଘଟଣା, ବିଲ୍ଡିଂ ମାଲିକଙ୍କ ନାଁରେ FIR

ଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା ବଏଜ୍ PG ଭୁଶୁଡ଼ିବା ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୬ରୁ ୭ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିବାବେଳେ ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ AIIMS ଟ୍ରମା ସେଣ୍ଟରରେ ଚିକିତ୍ସା କରାଯାଉଛି । ବିଲ୍ଡିଂ ଭୁଶୁଡ଼ିବା ପରେ ଘର ମାଲିକ ହରିରାମ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍ ଆଇଆର୍ ରୁଜୁ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଦିଲ୍ଲୀ ପୋଲିସ ସାଉଥ୍ କ୍ୟାମ୍ପସ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ FIR ରୁଜୁ କରିଛି । ​ଧାରା ୧୦୫, ଅଜାଣତରେ ଦଣ୍ଡନୀୟ ନରହତ୍ୟା, ​ଧାରା ୨୯୦, କୋଠା ନିର୍ମାଣ, ଭାଙ୍ଗିବା ବା ମରାମତି ବେଳେ ଅବହେଳା ପ୍ରଦର୍ଶନ, ଏବଂ ଧାରା ୧୨୫, ଅନ୍ୟମାନଙ୍କ ଜୀବନ ଓ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ​ଅଧୀନରେ ମାମଲା ଦାଏର କରିଛି । ଫେରାର ଥିବା ଅଭିଯୁକ୍ତ ମାଲିକ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ାଉ ଜାରି ରହିଛି । ଭଗ୍ନାବଶେଷ ତଳେ ଆହୁରି କିଛି ଛାତ୍ର ଫସିଥିବା ଆଶଙ୍କାରେ ଉଦ୍ଧାର ଅଭିଯାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *