ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ
ବିହାରର ଆରାରେ ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ। ଆରା ଜଙ୍କସନ୍ ନିକଟରେ ଘଟିଛି ଏହି ଅଘଟଣ। ଟ୍ରେନ୍ ର ଦୁଇଟି ବଗିର ଚକ ଲାଇନ୍ ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଅଲିପୁରଦ୍ୱାର ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ। ଘଟଣା ପରେ ଟ୍ରେନ୍ କୁ ଅଟକାଇ ରେଳ କର୍ମଚାରୀମାନେ ଯାଞ୍ଚ ଆରମ୍ଭ କରିଛନ୍ତି। ଏହାର ପ୍ରଭାବରେ ଆରା ଜଙ୍କସନ୍ ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଯାତ୍ରୀ ମୃତାହତ ହୋଇଥିବା ନେଇ ସୂଚନା ନାହିଁ। ଟ୍ରେନ୍ ଲାଇନଚ୍ୟୁତର କାରଣ କଣ, ସେନେଇ ରେଳ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି।
