୮ ତାରିଖରୁ ବଢିପାରେ ବର୍ଷା

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ଘଣ୍ଟା ପାଇଁ ଉପକୂଳ ଏବଂ ଉତ୍ତର ଝଡବର୍ଷା ଆଲର୍ଟ। ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ଗୁଡିକ ହେଲା ଗଜପତି, ଗଞ୍ଜମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର। ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ ୩୦ରୁ ୪୦ କିମି ପର୍ଯ୍ୟନ୍ତ ପବନ ବହିପାରେ।୬ ଏବଂ ୭ ତାରିଖରେ କୌଣସି ଆଲର୍ଟ ଜାରି କରାଯାଇନାହିଁ। ୮ ତାରିଖରୁ ବଢିପାରେ ବର୍ଷା। ଉତ୍ତର ଏବଂ ଉପକୂଳ ଓଡି଼ଶାର କିଛି ଜିଲ୍ଲାରେ ବର୍ଷା ନେଇ ୧୨ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *