ଖଡ଼ଗପୁର–ଭଦ୍ରକ ଚତୁର୍ଥ ରେଳ ଲାଇନକୁ କ୍ୟାବିନେଟ୍ ମଞ୍ଜୁରୀ
ଖଡ଼ଗପୁର–ଭଦ୍ରକ ହେବ ୪ ଲାଇନ୍ । ଖଡ଼ଗପୁରରୁ ଭଦ୍ରକ ପର୍ଯ୍ୟନ୍ତ ରେଳ କରିଡରକୁ ୪ ଲାଇନ୍ ବିଶିଷ୍ଟ କରିବା ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ । ୧୭୩ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ପାଇଁ ୩,୩୫୨ କୋଟି ବ୍ୟୟ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଖଡ଼ଗପୁରରୁ ଆରମ୍ଭ ହୋଇ ଏହି ରେଳପଥ ବାଲେଶ୍ୱର ଓ ରୂପସା ଦେଇ ଭଦ୍ରକ ପର୍ଯ୍ୟନ୍ତ ଯାଇଛି । ଓଡ଼ିଶାର ଉପକୂଳ ଅଞ୍ଚଳ ଦେଇ ଯାଉଥିବା ଏହି ବ୍ୟସ୍ତ ରେଳ କରିଡରରେ ଏବେ ଖଡ଼ଗପୁରରୁ ଭଦ୍ରକ ପର୍ଯ୍ୟନ୍ତ ଚତୁର୍ଥ ଲାଇନ୍ ଯୋଡ଼ାଯିବ । ପ୍ରକଳ୍ପରେ ବ୍ୟାପକ ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ସାମିଲ ରହିଛି । ଏଥିରେ ୨ଟି ମେଗା ବ୍ରିଜ୍, ୪୧ଟି ବଡ଼ ଏବଂ ୧୬୯ଟି ଛୋଟ ସେତୁ ନିର୍ମାଣ କରାଯିବ । ଖଡ଼ଗପୁର–ଭଦ୍ରକ ରେଳପଥ ହାୱଡ଼ା–ଚେନ୍ନାଇ ମୁଖ୍ୟ ରେଳ କରିଡରର ଏକ ବ୍ୟସ୍ତ ଅଂଶ । ନୂଆ ଲାଇନ୍ ନିର୍ମାଣ ପରେ ଏହି ସେକ୍ସନର ରେଳ ଚଳାଚଳ କ୍ଷମତା ବୃଦ୍ଧି ସହ ଯାତ୍ରୀ ଓ ମାଲବାହୀ ଟ୍ରେନ୍ ପରିଚାଳନାରେ ସୁବିଧା ହେବ ବୋଲି ଆଶା କରାଯାଉଛି ।.
