ହାଇକୋର୍ଟରେ ନିଯୁକ୍ତ ହେବେ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ୪ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ୪ ଜଣ ନୂଆ ବିଚାରପତି । ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି । ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ୍ ହୋଇଥିବା ୪ ଜଣ ହେଉଛନ୍ତି— ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାଶ, ଗୌତମ ମିଶ୍ର ଏବଂ ରଜିତ୍ ରାୟ । ଏହି ଚାରିଜଣ ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କର ଆଇନ କ୍ଷେତ୍ରର ଅଭିଜ୍ଞତାକୁ ବିଚାରକୁ ନେଇ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *