ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ
ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ । ୯ହଜାର ୪୫୦ କୋଟିର ୪ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି । ଖଡ଼ଗପୁର–ଭଦ୍ରକ, ଭଦ୍ରକ–ହରିଦାସପୁର ଓ କଟକ–ପାରାଦୀପ କରିଡର ସାମିଲ; ୪୧୦ କିମି ବଢ଼ିବ ରେଳ ନେଟୱର୍କ । ଦେଶର ଚାରିଟି ରାଜ୍ୟରେ ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇଁ ଚାରିଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ୯ହଜାର ୪୫୦ କୋଟି । ଏହାଦ୍ୱାରା ଭାରତୀୟ ରେଳବାଇର ନେଟୱର୍କ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି ପାଇବ ।
