ସ୍ମୃତି ଇରାନୀଙ୍କୁ ଛତିଶଗଡ଼, ଡି ପୂରନ୍ଦେଶ୍ବରୀଙ୍କୁ ମିଳିଲା ଓଡ଼ିଶା ପ୍ରଭାରୀ ଦାୟିତ୍ବ
ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା କରିଛି । ବୁଧବାର ଦିନ ସାଂଗଠନିକ ପୁନର୍ଗଠନର ଅଂଶ ସ୍ୱରୂପ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି । ବିଜେପି ସଭାପତି ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ କରାଯାଇଛି, ହରିଶ ଦ୍ୱିବେଦୀଙ୍କୁ ବିହାର ପ୍ରଭାରୀ ନିଯୁକ୍ତ କରାଯାଇଛି ।ଓଡ଼ିଶା ପ୍ରଭାରୀ ଦାୟିତ୍ବ ଡି ପୂରନ୍ଦେଶ୍ବରୀଙ୍କୁ ମିଳିଥିବା ବେଳେ ଝାଡ଼ଖଣ୍ଡ ପ୍ରଭାରୀ ଗଜେନ୍ଦ୍ର ପଟେଲ, ଆଣ୍ଡାମାନ ନିକୋବର ପ୍ରଭାରୀ ଜୟପ୍ରକାଶ, ଅରୁଣାଚଳ ପ୍ରଦେଶ ପ୍ରଭାରୀ ଦେବେଶ କୁମାର, ଆନ୍ଧ୍ର ପ୍ରଦେଶ ପ୍ରଭାରୀ ଡା ଅରବିନ୍ଦ ଭଦୋରିଆ, ଆସାମ ପ୍ରଭାରୀ ମଙ୍ଗଲ ପାଣ୍ଡେ, ବିହାର ପ୍ରଭାରୀ ହରିଶ ଦ୍ବିବେଦୀ, ଚଣ୍ଡିଗଡ଼ ପ୍ରଭାରୀ ମହେନ୍ଦ୍ର ପାଣ୍ଡେ, ଛତିଶଗଡ଼ ପ୍ରଭାରୀ ସ୍ମୃତି ଈରାନୀ, ଦାଦ୍ରା ନଗର ହବେଲି ପ୍ରଭାରୀ ବର୍ଷାବେନ୍ ନରେନ୍ଦ୍ରଭାଇ, ଦିଲ୍ଲୀ ପ୍ରଭାରୀ ବିନୟ ସହସ୍ରବୁଦ୍ଧେ, ଗୋଆ ପ୍ରଭାରୀ ଭାରତୀ ପ୍ରବୀଣ ପାୱାର, ଗୁଜରାଟ ପ୍ରଭାରୀ ତରୁଣ ଚୁଗ୍, ହିମାଚଳ ପ୍ରଦେଶ ପ୍ରଭାରୀ ଶ୍ରୀକାନ୍ତ ଶର୍ମା, ଜାମ୍ମୁ-କଶ୍ମୀର ପ୍ରଭାରୀ ସତୀଶ ପୁନିଆଁ, କର୍ଣ୍ଣାଟକ ପ୍ରଭାରୀ ଭାବେ ହରିଶ ଦ୍ବିବେଦୀ, କେରଳମ ପ୍ରଭାରୀ ଭାବେ ଏମ୍ ନାଗରାଜ, ଲଦାଖ ପ୍ରଭାରୀ ଭାବେ ରାଜକୁମାର ଭାଟିଆ, ଲକ୍ଷଦୀପ ପ୍ରଭାରୀ ଚାର୍ଜ କୁରିଅନ, ମଧ୍ୟପ୍ରଦେଶ ପ୍ରଭାରୀ ବିପ୍ଳବ କୁମାର ଦେବ, ମଣିପୁର ପ୍ରଭାରୀ ରାଜଦୀପ ରାୟ ଏବଂ ମେଘାଳୟ ପ୍ରଭାରୀ ଭାବେ କନାଦ ପୁରକାୟସ୍ଥ ନିଯୁକ୍ତ କରାଯାଇଛି ।
