୩ ଦିନ ବ୍ୟାଙ୍କ ଧର୍ମଘଟ ପୂର୍ବରୁ ଖୋଲା ରହିବ ବ୍ୟାଙ୍କ

ବ୍ୟାଙ୍କ କର୍ମଚାରୀଙ୍କ ରବିବାର ଛୁଟି ବାତିଲ

ରବିବାର ଖୋଲା ରହିବ ବ୍ୟାଙ୍କ । ସେପ୍ଟେମ୍ବର ୨୭ ରବିବାର ଦିନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସମସ୍ତ ବ୍ୟାଙ୍କ ଶାଖା, ଅଫିସ, ଏଟିଏମ୍ ଲିଙ୍କ ଶାଖା ଏବଂ କରେନ୍ସୀ ଚେଷ୍ଟକୁ ଖୋଲା ରଖିବାକୁ ନିର୍ଦ୍ଦେଶ । ଏହି ନୋଟିଫିକେସନ ୟୁନାଇଟେଡ୍ ଫୋରମ୍ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ଦ୍ବାରା ୨୮ରୁ ୩୦ ସେପ୍ଟେମ୍ବର ୩ ଦିନ ବ୍ୟାପୀ ବ୍ୟାଙ୍କ ହଡତାଳ ଯୋଗୁଁ ରବିବାର ବ୍ୟାଙ୍କ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଧର୍ମଘଟ୨୬ ସେପ୍ଟେମ୍ବର (ଚତୁର୍ଥ ଶନିବାର), ୨୭ ସେପ୍ଟେମ୍ବର (ରବିବାର) ପରେ ୨୮ ରୁ ୩୦ ସେପ୍ଟେମ୍ବର ଯାଏଁ ୩ ଦିନ ଧରି ହେବ । ତେଣୁ ନାଗରିକଙ୍କ ବ୍ୟାଙ୍କିଂ ସେବାକୁ ଗୁରୁତ୍ବ ଦେଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।ଗ୍ରାହକଙ୍କ ବ୍ୟାଙ୍କିଂ ଜରୁରୀ ବହୁ ଦିନ ଧରି ପ୍ରଭାବିତ ନ ହେଉ, ତେଣୁ ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ରିଜନାଲ ରୁରାଲ ବ୍ୟାଙ୍କ ରବିବାର ସାମାନ୍ୟ ଭାବେ କାମ କରିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମସ୍ତ ବ୍ୟାଙ୍କ ଶାଖା, ଅଫିସ, ଏଟିଏମ ଲିଙ୍କ ଶାଖା ଏବଂ କରେନ୍ସୀ ଚେଷ୍ଟକୁ ୨୭ ସେପ୍ଟେମ୍ବର ରବିବାର ଚାଲୁ ରଖିବାକୁ ମଞ୍ଜୁରୀ ଦେଇଛି ।ଧର୍ମଘଟ ଯୋଗୁଁ ଗ୍ରାହକମାନଙ୍କୁ ଅସୁବିଧା ଯେପରି ଅସୁବିଧା ନହେବ ସେନେଇ ସୋମବାର ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କ୍ଷେତ୍ରର ବ୍ୟାଙ୍କ୍, RRB ଏବଂ NABARD ର ଶୀର୍ଷ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । ଏଥିରେ ବିକଳ୍ପ ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ତେଣୁ ୫ ଦିନ ଲଗାତାର ବ୍ୟାଙ୍କ ବନ୍ଦ ରହୁଥିବା ଯୋଗୁଁ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ନ ପଡ଼ୁ ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *