ଓଡ଼ିଶା ଆସିବେ ରାଷ୍ଟ୍ରପତି
ଓଡ଼ିଶା ଆସିବେ ରାଷ୍ଟ୍ରପତି । ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅକ୍ଟୋବର ୨୭ରେ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତରେ ଆସିବେ । ଏହି ଅବସରରେ ରାଇରଙ୍ଗପୁରର ୩ଟି ସ୍ଥାନରେ ଆୟୋଜିତ ହେବ ମେଗା ଚକ୍ଷୁ ଚିକିତ୍ସା ଶିବିର । ମହୁଲଡିହା ସ୍ଥିତ ‘ସଂଜୀବ ନେତ୍ରାଳୟ’, ଉପଖଣ୍ଡ ଚିକିତ୍ସାଳୟ ଏବଂ ମହତାବ ଭବନ ଠାରେ ଆୟୋଜିତ ହେବ ଏହି ଶିବିର । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆୟୋଜିତ ହେବାକୁ ଥିବା ଏହି ମେଗା ଚକ୍ଷୁ ଚିକିତ୍ସା ଶିବିରରେ ସେ ସାମିଲ ହେବେ ।ଅକ୍ଟୋବର ୨୬ ରୁ ୩୦ ତାରିଖ ଯାଏଁ ଚାଲିବ ଏହି ବୃହତ ଚକ୍ଷୁ ଚିକିତ୍ସା ଶିବିର ଚାଲିବ । ଶିବିରରେ ଦିଲ୍ଲୀରୁ ୧୦୦ରୁ ଅଧିକ ଚକ୍ଷୁ ବିଶେଷଜ୍ଞ ଯୋଗଦେଇ ଲୋକଙ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରିବେ । ଆବଶ୍ୟକତା ଅନୁସାରେ ରୋଗୀମାନଙ୍କୁ ଚକ୍ଷୁ ସମ୍ପର୍କିତ ବିଭିନ୍ନ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଅକ୍ଟୋବର ୨୮ରେ ଫେରିଯିବେ ରାଷ୍ଟ୍ରପତି ।
