ଚୀନ୍ ଯିବେ ଅଜିତ ଡୋଭାଲ
ଅଗଷ୍ଟ ୨୫ ତାରିଖରେ ଦୁଇ ଦେଶର ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ଙ୍କ ମଧ୍ୟରେ ସୀମା ପ୍ରସଙ୍ଗରେ ୨୫ତମ ପର୍ଯ୍ୟାୟ ଆଲୋଚନା ହେବ । ଏଥିରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଶାନ୍ତି ଓ ସ୍ଥିରତା ସହ ସୀମା ବିବାଦର ସମାଧାନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି । ଭାରତ-ଚୀନ୍ ମଧ୍ୟରେ ପ୍ରାୟ ୩,୪୮୮ କିଲୋମିଟର ଲମ୍ବା ସୀମାକୁ ନେଇ ଦୀର୍ଘଦିନ ଧରି ବିବାଦ ରହିଛି । ଏଲଏସିର ବିଭିନ୍ନ ଅଞ୍ଚଳକୁ ନେଇ ଦୁଇ ଦେଶର ଦାବି ଭିନ୍ନ ଥିବାରୁ ସମୟ ସମୟରେ ସୀମାରେ ଉତ୍ତେଜନା ଦେଖାଦେଇଛି । ତେଣୁ ଆଗାମୀ ଦିନରେ ସୀମାରେ ଶାନ୍ତି ବଜାୟ ରଖିବା ଏହି ବୈଠକର ଏକ ପ୍ରମୁଖ ଏଜେଣ୍ଡା ହୋଇପାରେ ।
