ବଦ୍ରିନାଥ ମନ୍ଦିର ଦାନ ଚୋରି ମାମଲାରେ ପୂର୍ବ ଅଧିକାରୀ ଗିରଫ
ବଦ୍ରିନାଥ ଧାମରୁ ଦାନ ପାଣ୍ଠି ଚୋରି ମାମଲାରେ ଏସଆଇଟି ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଏସଆଇଟି ତରଫରୁ ବଦ୍ରି କେଦାର ମନ୍ଦିର କମିଟିର ପୂର୍ବ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଗିରଫ କରାଯାଇଛି ।ସୂଚନା ମୁତାବକ ରାଜେନ୍ଦ୍ର ସିଂ ଚୌହ୍ୱାନ ଜୁନ ୩୦ ତାରିଖରେ ନିଜ ପଦରୁ ଅବସର ନେଇଥିଲେ । ଅବସର ନେବାର କିଛି ଦିନ ମଧ୍ୟରେ ଏସଆଇଟି ତରଫରୁ ତାଙ୍କୁ ବଦ୍ରିନାଥ ମନ୍ଦିରରୁ ଦାନ ଚୋରି ମାମଲାରେ ଗିରଫ କରାଯାଇଛି ।
