କୋଲକତାରେ ଭୁଶୁଡ଼ିଲା ନିର୍ମାଣାଧୀନ ଗୋଦାମ ଛାତ

କୋଲକତାରେ ଭୁଶୁଡ଼ିଲା ନିର୍ମାଣାଧୀନ ଗୋଦାମ ଛାତ, ୩ ମୃତ

ପଶ୍ଚିମବଙ୍ଗ କୋଲକତାର ତାରାତଲାରେ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡିଛି । ଏହା ତଳେ ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଛି । ପ୍ରଥମ ମହଲା ଛାତ ନିର୍ମାଣ କାମ ଚାଲୁଥିବା ବେଳେ ହଠାତ୍ ଲୁହା ରେଲିଂ ଗଳିପଡିଥିଲା । ଏଯାଏଁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ।ଖବର ମୁତାବକ, ତାରାତଲାରେ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡିବା ଯୋଗୁଁ ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ୪୦ରୁ ଅଧିକ ଲୋକ ଚାପିହୋଇଥିବା ଜଣାପଡିଛି । ସେନା ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ରେସକ୍ୟୁ ଅଭିଯାନ ଜାରି ରଖିଛି । ତେବେ ଗୋଦାମ ଘରର ପ୍ରଥମ ମହଲା ଛାତ କାମ ଚାଲୁଥିବା ବେଳେ ଲୁହା ରେଲିଂ ଗଳିପଡିଥିଲା ।

Leave a Reply

Your email address will not be published. Required fields are marked *