କଳିଙ୍ଗ ଷ୍ଟୁଡିଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆ ରୂପରେ ଫେରିଲା କଳିଙ୍ଗ ଷ୍ଟୁଡିଓ

ନୂଆ ରୂପରେ ଫେରିଲା କଳିଙ୍ଗ ଷ୍ଟୁଡିଓ। ପୁନର୍ବିକଶିତ ଓ ନବୀକୃତ କଳିଙ୍ଗ ଷ୍ଟୁଡିଓ କମ୍ପଲେକ୍ସର ହେଲା ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହାକୁ ଉଦଘାଟନ କରିଛନ୍ତି । ୧୬୪ କୋଟି ବ୍ୟୟରେ ହୋଇଛି ଆଧୁନୀକରଣ । ନୂଆ ଷ୍ଟୁଡିଓରେ ଚଳଚ୍ଚିତ୍ର ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଅନେକ ନୂଆ ଆକର୍ଷଣ ସାମିଲ କରାଯାଇଛି। କଳିଙ୍ଗ ଷ୍ଟୁଡିଓ ପରିସରରେ ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳ ଷ୍ଟେସନ ଓ ଗାଁ ପରିବେଶ ଭଳି ବିଭିନ୍ନ ଥିମର ସେଟ୍ ପ୍ରସ୍ତୁତ କରାଯାଇଛି।

ଫଳରେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ସୁଟିଂର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ। ୨୦୨୫ ମେ’ ୧ରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡ଼ିଓରେ ପରିଦର୍ଶନ କରି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ସିନେମା ଶିଳ୍ପର ଅନ୍ତୁଡ଼ିଶାଳ କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ ଭାବେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏକ ବର୍ଷ ପରେ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *