ବିଜେଡିରେ ସାମିଲ ହୋଇ ପାରନ୍ତି ସୁଜାତା ରାଉତ କାର୍ତ୍ତିକେୟନ

ଶଙ୍ଖ ଧରିବେ କି ସୁଜାତା ରାଉତ କାର୍ତ୍ତିକେୟନ ?

ଶଙ୍ଖ ଧରିବେ କି ସୁଜାତା ରାଉତ କାର୍ତ୍ତିକେୟନ ? ଓଡ଼ିଶା ରାଜନୀତିରୁ ସାମ୍ନାକୁ ଆସୁଛି ବଡ଼ ଖବର । ବିଜେଡିରେ ସାମିଲ ହୋଇ ପାରନ୍ତି ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର । ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା । ସୁଜାତା କିମ୍ବା ବିଜେଡି ପକ୍ଷରୁ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ । ଦଳକୁ ସଙ୍ଗଠିତ କରିବାକୁ ଜଣେ ଅଭିଜ୍ଞ ଏବଂ ପ୍ରଭାବଶାଳୀ ଚେହେରା ସନ୍ଧାନରେ ବିଜେଡି । ପ୍ରଶାସନରୁ ରାଜନୀତି କେମିତି ଥିଲା ସୁଜାତାଙ୍କ କ୍ୟାରିୟର୍? -୨୦୦୦ ବ୍ୟାଚ୍ ର ଓଡ଼ିଶା କ୍ୟାଡର IAS ସୁଜାତା ରାଉତ କାର୍ତ୍ତିକେୟନ୍ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ମାଓପ୍ରବଣ ସୁନ୍ଦରଗଡ଼ ଜିଲ୍ଲାରୁ କ୍ୟାରିୟର୍ ଆରମ୍ଭ । ସୁନ୍ଦରଗଡ଼ରେ ଛାତ୍ରୀମାନଙ୍କ ପାଇଁ ସାଇକେଲ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ ।କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଥିଲେ ।

Leave a Reply

Your email address will not be published. Required fields are marked *