ଇରାନ ଯୁଦ୍ଧର ହେବ ଅନ୍ତ

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ, ଇରାନ ଉପରେ ଆକ୍ରମଣ କରିବନି କହିଲା ଆମେରିକା

ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଯୁଦ୍ଧର ହେବ ଅନ୍ତ। ଚଳିତ ସପ୍ତାହରେ ୟୁରୋପରେ ସ୍ବାକ୍ଷରିତ ହେବ ‘ଐତିହାସିକ ଚୁକ୍ତି’ । ଇରାନ ସହ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ବଡ଼ ସଫଳତା ହାସଲ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ, ଇରାନ ସହ ଯୁଦ୍ଧ ଶେଷ କରିବା ପାଇଁ ଏକ “ମହାନ ସମାଧାନ” ହୋଇଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ୟୁରୋପରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚନା କରି ଟ୍ରମ୍ପ କହିଛନ୍ତି, “ଆମେ ଇରାନ ସହ ଯୁଦ୍ଧର ସୁନ୍ଦର ସମାଧାନ ବାହାର କରିଛୁ । ଦସ୍ତାବିଜଗୁଡ଼ିକ ଚୂଡ଼ାନ୍ତ ରୂପ ନେଇସାରିଛି । ଆସନ୍ତା କିଛି ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *