ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ପୂରିଲା ବର୍ଷେ
ଆଜିକୁ ବର୍ଷେ ତଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏୟାର ଇଣ୍ଡିଆର AI 171 ବିମାନ । ଉଡ଼ାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହୋଇଥିଲା ବିମାନ । ଯାହା ଆଜି ବି ସମସ୍ତଙ୍କ ଛାତିକୁ ଥରାଇ ଦେଉଛି । ଜୁନ ୧୨ ତାରିଖରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଆଜି ଏକ ବର୍ଷ ପୂରିଛି । ଏହି ଦୁର୍ଘଟଣାରେ ପ୍ରାୟ୨୬୦ ଜଣ ପ୍ରାଣ ହରାଇଥିଲେ । ଆଜିରେ ମଧ୍ୟ ପ୍ରାଣ ହରାଇଥିବା ଲୋକଙ୍କ ପରିବାରର ଯନ୍ତ୍ରଣା ସେମାନଙ୍କ ଆଖିର ଲୁହରେ ପ୍ରକାଶ ପାଉଛି । ଏୟାର ଇଣ୍ଡିଆର ଫ୍ଲାଇଟ୍ ନମ୍ବର AI 171 ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା କେତେକ ଲୋକ ଆଜି ମଧ୍ୟ ବିମାନ ଯାତ୍ରା କରିବାକୁ ଭୟ କରୁଛନ୍ତି ସେପଟେ ଏ ପର୍ଯ୍ୟନ୍ତ ଆସିନି ଏହି ଦୁର୍ଘଟଣା ର ସବିଶେଷ ରିପୋର୍ଟ।
