ପ୍ରକଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ପ୍ରକଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପାସହାର ୮୫.୮୫%

ପ୍ରକଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର ବି ବାଜି ମାରିଲେ ଛାତ୍ରୀ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଆଗୁଆ ରହିଛନ୍ତି ଛାତ୍ରୀ । କଳାରେ ଛାତ୍ରଙ୍କ ପାସ ହାର ୭୭.୯୭% ଥିବାବେଳେ ଛାତ୍ରୀଙ୍କ ପାସ ହାର ରହିଛି ୮୯.୪୫%। କଳାରେ ମୋଟ ପାସହାର ୮୪.୫୦% ।ସେହିପରି ବାଣିଜ୍ୟରେ ଛାତ୍ରଙ୍କ ପାସହାର ୮୬.୬୭% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୪୩% । ବାଣିଜ୍ୟରେ ମୋଟ ପାସହାର ୮୮.୦୭% । ବିଜ୍ଞାନରେ ଛାତ୍ରଙ୍କ ପାସହାର ୮୭.୪୧% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୨୪% । ବିଜ୍ଞାନରେ ମୋଟ ପାସହାର ରହିଛି ୮୮.୮୦% । ଅପରାହ୍ନ ୩ଟାରେ ସାମସ୍ କଲେଜ ଇ-ସ୍ପେସରେ ଫଳାଫଳ ଉପଲବ୍ଧ ହେବ । results.odisha.gov.in, chseodisha.nic.in, orissaresults.nic.inରେ ଲିଙ୍କ୍ ଆକ୍ଟିଭ୍ ହେବା ପରେ ଫଳାଫଳ ମିଳିବ । digilocker.gov.inରେ ଡିଜିଟାଲ୍ ମାର୍କସିଟ୍ ଉପଲବ୍ଧ ହେବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ବିଷୟରେ ମାର୍କ ବଢ଼ାଇବାକୁ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷାରେ ପାସ୍ କରିଥିବା ପିଲାମାନେ କେବଳ ଗୋଟିଏ ବିଷୟରେ ଅଧିକ ମାର୍କ ରଖିବା ପାଇଁ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ।ଚଳିତ ବର୍ଷ ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *