ମତଗଣନା କେନ୍ଦ୍ର ବାହାରେ ଟିଏମସି ଏବଂ ବିଜେପି ସମର୍ଥକଙ୍କ ହଙ୍ଗାମା, ପୋଲିସର ଲାଠିଚାର୍ଜ
ପଶ୍ଚିମବଙ୍ଗରେ ବିଜେପି ଆଗୁଆ ରହିଥିବା ବେଳେ ଟିଏମସି ପଛେଇ ଚାଲିଛି । ଏନେଇ ବିଜେପି ପାର୍ଟି ଅଫିସରେ ଉତ୍ସବ ଆରମ୍ଭ ହେଲାଣି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବିଧାନନଗରରେ ଏକ ମତଗଣନା କେନ୍ଦ୍ର ବାହାରେ ଟିଏମସି ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଆଉ ଏନେଇ ପୋଲିସ ଲାଠିଚାର୍ଜ କରିଛି ।
ଖବର ମୁତାବକ, ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲା ବିଧାନନଗରର ଏକ ମତଗଣନା କେନ୍ଦ୍ର ବାହାରେ କେନ୍ଦ୍ରୀୟ ଫୋର୍ସ ରହିଥିବା ବେଳେ ଟିଏମସି ସମର୍ଥକ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାକୁ ନେଇ ଯୁକ୍ତିତର୍କ ଏବଂ ନାରାବାଜୀ ହୋଇଥିଲା । ଆଉ ଉତ୍ତେଜନା ଲାଗିବାରୁ କେନ୍ଦ୍ରୀୟ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା । ଲୋକମାନେ ନ ମାନିବାରୁ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା ।
