ଆଜି ଭୋଟ ଗଣନା: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୨୩ ଆସନ ଉପରେ ନଜର

ପଶ୍ଚିମବଙ୍ଗ, କେରଳମ୍‌, ତାମିଲନାଡ଼ୁ, ଆସାମ ଓ ପୁଡୁଚେରୀରେ ବାହାରିବ ନିର୍ବାଚନ ଫଳ

ପଶ୍ଚିମବଙ୍ଗ, କେରଳମ୍‌, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରେ ଆଜି ବାହାରିବା ବିଧାନସଭା ନିର୍ବାଚନ ଫଳାଫଳ। ପଶ୍ଚିମ ବଙ୍ଗ ପାଇଁ ରାଜ୍ୟର ୭୭ଟି ମତଗଣନା କେନ୍ଦ୍ରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ୨୯୩ଟି ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ। ବ୍ୟାପକ ହିଂସା ଓ ଜାଲିଆତି କାରଣରୁ ଫାଲଟା ନିର୍ବାଚନମଣ୍ଡଳୀରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହା ମେ ୨୧ ତାରିଖରେ ଅନୁଷ୍ଠିତ ହେବ। ତାମିଲନାଡ଼ୁରେ ୪,୬୨୪ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ସହାୟତାରେ ମୋଟ ୧୦,୫୪୫ କର୍ମଚାରୀ ଭୋଟ ଗଣତି ପାଇଁ ନିୟୋଜିତ ହୋଇଛନ୍ତି।

ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଏଁ କରି ୨୩୪ ଜଣ ଗଣତି ପର୍ଯ୍ୟବେକ୍ଷକ ଏହି ପ୍ରକ୍ରିୟାର ତଦାରଖ କରିବେ ଏବଂ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବେ। ଆସାମରେ ଭୋଟ ଗଣତି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ୩୫ଟି ଜିଲ୍ଲାର ୧୨୬ଟି ଆସନ ପାଇଁ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ। ରାଜ୍ୟରେ ୫୯ ଜଣ ମହିଳାଙ୍କ ସମେତ ୭୨୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କେରଳମ୍‌ର ସମସ୍ତ ୧୪୦ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହେବ। ପୁଡୁଚେରୀରେ ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *