ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ
ଶରଧାବାଲି ଓ ବଡ଼ଦାଣ୍ଡରେ ‘ଜୟ ଜଗନ୍ନାଥ’ ଧ୍ୱନିରେ ସୃଷ୍ଟି ହୋଇଛି ଭକ୍ତି ଓ ଆନନ୍ଦର ଅପୂର୍ବ ପରିବେଶ । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅଧୀର ଅପେକ୍ଷା କରିଥିଲେ ।ନନ୍ଦିଘୋଷ ରଥ ଗୁଣ୍ଡିଚାରେ ପହଞ୍ଚିବା ମାତ୍ରେ ଭକ୍ତମାନଙ୍କ ମୁହଁରେ ଖୁସିର ଝଲକ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଅନେକଙ୍କ ବିଶ୍ୱାସ, ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଜୀବନର ସମସ୍ତ ଦୁଃଖ, କଷ୍ଟ ଓ କ୍ଳେଶକୁ ଦୂର କରି ମନକୁ ଶାନ୍ତି ଓ ଆନନ୍ଦରେ ଭରିଦିଏ । ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବନାର ଏହି ଅଦ୍ଭୁତ ସଙ୍ଗମ ପୁଣି ଥରେ ପ୍ରମାଣ କରିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଅନନ୍ତ ଓ ଅପାର । ତାଙ୍କ ଅପୂର୍ବ ରୂପର ଦର୍ଶନ ପାଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି
