ପାକ୍ ହାଇ କମିଶନରଙ୍କୁ ମଗାଗଲା ସ୍ପଷ୍ଟୀକରଣ
ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ଚାଲିଥିବା ଉତ୍ତେଜନା ଭିତରେ ସମୁଦ୍ରରେ ଦୁଇ ଦେଶର ନୌସେନା ମୁହାଁମୁହିଁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ଏକ ନୌସେନା ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ ଯୁଦ୍ଧପୋତ ସାମ୍ନାକୁ ଆସିଛି । ସାମୁଦ୍ରିକ ଅଞ୍ଚଳରେ ଭାରତ ଓ ପାକିସ୍ତାନର ନୌସେନା ମଧ୍ୟରେ ସାମ୍ନାସାମ୍ନି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଦେଶର ସାମୁଦ୍ରିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଥିବା ବେଳେ ଏହି ଘଟଣା ପରେ କୂଟନୈତିକ ସ୍ତରରେ ମଧ୍ୟ ତତ୍ପରତା ବଢ଼ିଛି । ଏହା ପରେ ଭାରତ ପାକିସ୍ତାନର ହାଇ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିବା ଜଣାପଡ଼ିଛି।ଦିଲ୍ଲୀରେ ପାକିସ୍ତାନ ହାଇ କମିଶନର ଚାର୍ଜ ଦି ଆଫେୟାର୍ସଙ୍କୁ ଡକାଇବା ପରେ ସମ୍ପୃକ୍ତ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି ଯେ, ସମସ୍ତ ସାମରିକ ୟୁନିଟ୍ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ ଏବଂ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକିବା ପାଇଁ ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାର ବ୍ୟବସ୍ଥାକୁ ସମ୍ମାନ ଦେବା ଉଚିତ୍ । ପାକିସ୍ତାନ ହାଇ କମିଶନ ଚାର୍ଜ ଡି ଆଫେୟର୍ସଙ୍କୁ ଦିଲ୍ଲୀରେ ତଲବ କରିବା ପରେ ପରାମର୍ଶ ଦିଆଯାଇଛି ।
