ଇରାନର ବଡ଼ ଘୋଷଣା

ସଂପୂର୍ଣ୍ଣ ଖୋଲିଲା ଷ୍ଟ୍ରେଟ୍ ଅଫ ହର୍ମୁଜ

ସଂପୂର୍ଣ୍ଣ ଖୋଲିଲା ଷ୍ଟ୍ରେଟ୍ ଅଫ ହର୍ମୁଜ। ଏ ସମ୍ପର୍କରେ ଇରାନର ବଡ଼ ଘୋଷଣା। ଅସ୍ତ୍ରବିରତି ସମୟରେ ହର୍ମୁଜ ପ୍ରଣାଳୀ ଖୋଲିଲା। ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ଚାଲିଥିବା ଅସ୍ତ୍ରବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି କହିଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ। ଏପ୍ରିଲ ୨୨ ପର୍ଯ୍ୟନ୍ତ ଦୁଇ ସପ୍ତାହ ଧରି ଚାଲିଥିବା ଅସ୍ତ୍ରବିରତି ଜାରି ରହିଛି।ଏହି ସମୟ ମଧ୍ୟରେ ଜାହାଜଗୁଡ଼ିକୁ ଇରାନର ‘ପୋର୍ଟସ୍ ଆଣ୍ଡ ମାରିଟାଇମ୍ ଅର୍ଗାନାଇଜେସନ୍’ ଦ୍ୱାରା ନିର୍ଦ୍ଧାରିତ ଏକ ନିର୍ଦ୍ଦିଷ୍ଟ ସମନ୍ୱିତ ମାର୍ଗ ବ୍ୟବହାର କରିବାକୁ ପଡ଼ିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଟ୍ରୁଥ୍ ସୋସିଆଲ’ ମାଧ୍ୟମରେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଏହି ଘୋଷଣା ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ବ୍ରେଣ୍ଟ କ୍ରୁଡ୍ ୯.୫% ହ୍ରାସ ପାଇ ବାରେଲ ପିଛା ୯୦ ଡଲାରରୁ କମ୍ ହୋଇଛି। ଆମେରିକା ଷ୍ଟକ୍ ମାର୍କେଟରେ ମଧ୍ୟ ବୃଦ୍ଧି ଦେଖାଦେଇଛି। ଇରାନ-ଆମେରିକା ଯୁଦ୍ଧ ଆରମ୍ଭ ପରଠାରୁ ହର୍ମୁଜ ପ୍ରଣାଳୀ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *