ବଡ଼ ଧରଣର ଆଇଡି ବିସ୍ଫୋରଣ ଥିଲା ପ୍ଲାନ୍, ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାରରୁ ୪ ଆତଙ୍କୀ ଗିରଫ

ଓଡ଼ିଶା ସନ୍ଦିଗ୍ଧ ଆତଙ୍କୀ ଶେଖ୍ ଇମ୍ରାନ ଦିଲ୍ଲୀରୁ ଗିରଫ

ବଡ଼ ଧରଣର ଆଇଡି ବିସ୍ଫୋରଣ ଥିଲା ପ୍ଲାନ୍ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ବଡ଼ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଦେଇଛି। ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରରୁ ୨ ଜଣ, ଓଡ଼ିଶାରୁ ଜଣେ ଏବଂ ବିହାରରୁ ଜଣଙ୍କୁ ଗିରଫ କରାଯାଇଛି । ଓଡ଼ିଶାର ଭୁବନେଶ୍ୱରରୁ ଗିରଫ ହୋଇଥିବା ଅଭିଯୁକ୍ତର ନାମ ଶେଖ୍ ଇମ୍ରାନ ବୋଲି ଜଣାପଡ଼ିଛି । ଯୁବକମାନେ ‘ଗଜୱା-ଏ-ହିନ୍ଦ’ ରେ ସାମିଲ ହେବାକୁ ଯୋଜନା କରୁଥିଲେ ।ସେମାନେ ଟେଲିଗ୍ରାମ ମାଧ୍ୟମରେ ଅନ୍ୟମାନଙ୍କୁ ନିଜ ସହ ଯୋଡ଼ୁଥିଲେ। ଜଣେ ଅଭିଯୁକ୍ତ ପାଖରୁ ଏକ IED ଜବତ କରାଯାଇଛି। ଅନ୍ୟ ଦୁଇଜଣ ସଦସ୍ୟ ଏକ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ତିଆରି କରିବା ପାଇଁ ସ୍ଥାନୀୟ ସାମଗ୍ରୀ ସଂଗ୍ରହ କରୁଥିଲେ। ଅଭିଯୁକ୍ତମାନେ QR କୋଡ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଜିହାଦୀ କାର୍ଯ୍ୟକଳାପ ପାଇଁ ପଇସା ଯୋଗାଡ଼ କରୁଥିଲେ।ସେମାନେ ନୂତନ ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଶାରୀରିକ ପ୍ରଶିକ୍ଷଣ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ। ସେମାନେ ଦିଲ୍ଲୀର ସଂସଦ ଭବନ ଏବଂ ରାମ ମନ୍ଦିର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ରେକି କରିଥିବା ସୂଚନା ମିଳିଛି। ରିମୋଟ କଣ୍ଟ୍ରୋଲ ଟୟ କାରରେ IED ବିସ୍ଫୋରଣ ପ୍ଲାନ କରିଥିଲେ । ମାଷ୍ଟର ମାଇଣ୍ଡ ଥିଲା ମହମ୍ମଦ ହମାଦ ସହ ୪ଜଣଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ସ୍ପେଶାଲ ଡିସିପି ପ୍ରବୀଣ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *