ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ଟ୍ରେନ୍‌

ରେଳଷ୍ଟେସନରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ରେଳଷ୍ଟେସନରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରେଳ ଟ୍ରାକରୁ ଖସିଗଲା ତାଳଚେର – ପୁରୀ ମେମୁ ଟ୍ରେନ୍ ଚକ୍ । ରେଳ ଷ୍ଟେସନକୁ ଟ୍ରେନଟି ପଶୁଥିବା ବେଳେ ୩ ନମ୍ବର ପ୍ଲାଟଫର୍ମର କିଛି ଦୂରରେ ଘଟିଛି ଏଭଳି ଅଘଟଣ । ହଠାତ୍‌ ଟ୍ରେନ୍‌ଟି ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ତେବେ ଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି । ଆଜି ଟ୍ରେନଟି ତାଳଚେରରୁ ପୁରୀ ଅଭିମୁଖେ ଆସିଥିଲା । ନିର୍ଦ୍ଧାରିତ ସମୟଠାରୁ କିଛି ଘଣ୍ଟା ବିଳମ୍ବରେ ଆସି ପୁରୀରେ ପହଞ୍ଚିଥିଲା ଟ୍ରେନ୍ ।

Leave a Reply

Your email address will not be published. Required fields are marked *