ଶିକ୍ଷକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଗୁରୁ ଦିବସରେ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ୨୦୨୬ର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବଦାନ, ଅଭିଜ୍ଞତା ଏବଂ ନୂଆ ପିଢ଼ିକୁ ଗଢ଼ିବାରେ ଶିକ୍ଷକଙ୍କ ଭୂମିକା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଶିକ୍ଷକମାନେ କିଭଳି ନିଜ ଅଭିନବ ପଦକ୍ଷେପ ଓ ଶିକ୍ଷାଦାନ ପ୍ରଣାଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଛନ୍ତି, ସେନେଇ ସେମାନଙ୍କ ଠାରୁ ଅନୁଭୂତି ମଧ୍ୟ ଶୁଣୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଏହି ଆଲୋଚନା ପାଇଁ ଦେଶର ବିଭିନ୍ନ ପ୍ରାନ୍ତର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଯୋଗଦେଇଥିଲେ ।
