ଆତଙ୍କୀ କମାଣ୍ଡର ୟାସିର ନିପାତ
ଜମ୍ମୁ-କଶ୍ମୀରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା। ଲସ୍କର-ଏ-ତୋଏବା ଆତଙ୍କବାଦୀ ୟାସିର ନିପାତ। ୟୁସମାର୍ଗ ଅଞ୍ଚଳରେ ‘ଅପରେସନ ଆସଦାର’ରେ ନିହତ ହୋଇଛି ପାକିସ୍ତାନୀ ଲସ୍କର-ଏ-ତୋଏବା କମାଣ୍ଡର ୟାସିର। ଅପରେସନ୍ ବେଳେ ଯୁଗ୍ମ ସୁରକ୍ଷା ବଳ ଓ ୟାସିର ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର।ସୂଚନା ଅନୁସାରେ, ୟାସିର ପୂର୍ବରୁ ଲସ୍କରର ସୁଲେମାନ ମୁସା ଗ୍ରୁପ୍ ସହ ଜଡ଼ିତ ଥିଲା। ପ୍ରାୟ ବର୍ଷେ ତଳେ ସେ ଏହି ଗ୍ରୁପ୍ ଠାରୁ ଅଲଗା ହୋଇଥିଲା। ଅଲଗା ହେବା ପରେ ୟୁସମାର୍ଗ ଅଞ୍ଚଳରେ ଲସ୍କରର ଜଣେ ପ୍ରମୁଖ କମାଣ୍ଡର ଭାବେ ସକ୍ରିୟ ଥିଲା ୟାସିର। ଦୀର୍ଘଦିନ ଧରି ସୁରକ୍ଷା ଏଜେନ୍ସି ତା’ର ଗତିବିଧି ଉପରେ ନଜର ରଖିଥିଲା। ଏହି ଏନକାଉଣ୍ଟର ପରେ ୟାସିରର ନେଟୱର୍କ ଏବଂ ଲସ୍କରର ଅନ୍ୟ ଆତଙ୍କବାଦୀଙ୍କ ସହ ତା’ର ସମ୍ପର୍କ ନେଇ ତଦନ୍ତ ଚାଲିଛି।
