ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଆହ୍ୱାନ

ଖୁବ୍‌ଶୀଘ୍ର ଶିକ୍ଷକଙ୍କ ପ୍ରସଙ୍ଗରେ ହେବ ନିଷ୍ପତ୍ତି

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ, ଖୁବ୍‌ଶୀଘ୍ର ଶିକ୍ଷକଙ୍କ ପ୍ରସଙ୍ଗରେ ହେବ ନିଷ୍ପତ୍ତି । ଆନ୍ଦୋଳନସ୍ଥଳକୁ ଆସି ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆନ୍ଦୋଳନସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିବ । ଯାହା ବି ସମସ୍ୟା ଅଛି ସମାଧାନ ହେବାର ଆବଶ୍ୟକତା ରହିଛି । ଶିକ୍ଷକଙ୍କ ଦାବିକୁ ରେଜିଷ୍ଟର ପାଇଁ କମିଟି ଗଠିତ ହୋଇଥିଲା। କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛି । ୮୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଦିଆଯାଇଛି । ଖୁବ କମ ସମୟରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *