ଓଡ଼ିଶାର ଅବଦୁଲ କଲାମ ଦ୍ବୀପରୁ କରାଗଲା ନିକ୍ଷେପ

ଆକ୍ରମଣାତ୍ମକ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର ସଫଳ ପରୀକ୍ଷଣ କରିଛି କରିଛି ପ୍ରତିରକ୍ଷା ବିକାଶ ଗବେଷଣା ସଂସ୍ଥା-ଡିଆରଡିଓ ।

ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ରର ବିଭିନ୍ନ ଟ୍ରାକିଂ ଓ ନିରୀକ୍ଷଣ ପ୍ରଣାଳୀରୁ ମିଳିଥିବା ତଥ୍ୟ ଅନୁସାରେ, କ୍ଷେପଣାସ୍ତ୍ରଟି ପରୀକ୍ଷାର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରିଛି । ଏହି କ୍ଷେପଣାସ୍ତ୍ରକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଡିଆରଡିଓ ଏବଂ ଭାରତୀୟ ରକ୍ଷା ସହଯୋଗୀଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି ।

Leave a Reply

Your email address will not be published. Required fields are marked *