NEET UG ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ଜୁନ୍ ୨୨ ଯାଏଁ ଟେଲିଗ୍ରାମ ବନ୍ଦ

NEET UG ପୁନଃ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ପରୀକ୍ଷାର ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଏବଂ କପି ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ପ୍ରତିବନ୍ଧକ ଲାଗିଛି । ଭାରତରେ ଟେଲିଗ୍ରାମକୁ ବନ୍ଦ କରାଯାଇଛି । NEET UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ । ଏହା ସହିତ ଟେଲିଗ୍ରାମରେ ମେସେଜ୍ ଏଡିଟିଂ ଫିଚରକୁ ଜୁନ୍ ୩୦ ପର୍ଯ୍ୟନ୍ତ ଆକ୍ସେସ୍ କରିପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି NTA ।କେନ୍ଦ୍ର ସରକାର ୨୧ ଜୁନରେ ହେବାକୁ ଥିବା ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରସୋର କରିଛି । ପୂର୍ବରୁ ମଇରେ ହୋଇଥିବା ପରୀକ୍ଷାରେ କିଛି ପ୍ରଶ୍ନ ଲିକ୍ ହେବା ଅଭିଯୋଗ ହେବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅନେକ ପରିବର୍ତ୍ତନ ଘୋଷଣା କରିଛି NTA । ଏଥର ପରୀକ୍ଷା ଅପରାହ୍ନ ୨ଟା ରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମୋଟ ୧୯୫ ମିନିଟ୍ ଅବଧି ରହିବ । ୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯାଇଛି ।

Leave a Reply

Your email address will not be published. Required fields are marked *