ଏପ୍ରିଲ ୩୦ ରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ
ବିଧାନସଭାରେ ମହିଳା ସଂରକ୍ଷଣ ଉପରେ ଆଲୋଚନା କରିବାକୁ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ସରକାର । ଏହି ସ୍ୱତନ୍ତ୍ର ଅଧିବେଶନ ଏପ୍ରିଲ ମାସ ୩୦ ତାରିଖରେ ବସିବ । ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ହେବ । ଏହି ଅଧିବେଶନ ଗୋଟିଏ ଦିନ ପାଇଁ ବସୁଛି । ସୂଚନା ମୁତାବକ ଦିନ ୧୧ ଟାରେ ବିଧାନସଭା ଅନୁଷ୍ଠିତ ହେବ ।
