ତିନି ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ
ସାମ୍ନାକୁ ଆସିବ ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ହତ୍ୟା ପଛର ପ୍ରକୃତ ଉଦ୍ଦେଶ୍ୟ । ଆଜିଠାରୁ ତିନି ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ । ସୁଧୀର ପାତ୍ର ହତ୍ୟା ଘଟଣା ରେ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ୩ ଦିନିଆ ରିମାଣ୍ଡ ରେ ନେବ ଗୋପାଳପୁର ପୋଲିସ । ଗୋପାଳପୁର ପୋଲିସ ପକ୍ଷରୁ ୭ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ରେ ନେବା ପାଇଁ ଆବେଦନ ହୋଇଥିଲା । ଆଜି ବ୍ରହ୍ମପୁର ମଣ୍ଡଳ କାରାଗାର ରୁ କାଳୁ ଚରଣ ପ୍ରଧାନ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୂର୍ଯ୍ୟ ପ୍ରତାପ ସିଂ ଓ ଜିତୁନ ପୋଲାଇଙ୍କୁ ପୋଲିସ ରିମାଣ୍ଡରେ ନେଇ ଜେରା କରିବ। ହତ୍ୟା ପଛର ରହସ୍ୟ ଜାଣିବ ପୋଲିସ ।ଗୋପାଳପୁରର ସୁଧୀର ପାତ୍ର ମର୍ଡରରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଗୁଣିଗାରେଡ଼ି କି ସଂପତ୍ତି ଭାଗବଣ୍ଟା ନୁହେଁ, ନାତୁଣୀର ଅଲଗା ଜାତିରେ ବିବାହକୁ ବିରୋଧ କରୁଥିଲା ପୁଅ, ପ୍ରେମିକ ସହ ମିଶି ମାରିଦେଲା । ୯ ଗିରଫ ପରେ ବି ଅନେକ ଅସମାହିତ ପ୍ରଶ୍ନ ରହିଛି । ଟଙ୍କା ଦେବା ପାଇଁ ପରିବାର ଲୋକ ରାଜିଥିଲେ ବି କାହିଁକି ହତ୍ୟା କଲେ ? ହତ୍ୟା ପଛରେ ‘ସାଇଲେଣ୍ଟ୍ ମାଷ୍ଟରମାଇଣ୍ଡ୍’! କାହାନ୍ତି ତ? ନିବେଦିତା ଏବଂ ତୁଷାର ମୁଖ୍ୟ ଅଭିଯୁକ୍ତ ହୋଇଥିଲେ ମଧ୍ୟ, ପରିବାରର ଅନ୍ୟ ସଦସ୍ୟମାନେ ଏହି ଷଡ଼ଯନ୍ତ୍ର ବିଷୟରେ କେତେଦୂର ଜାଣିଥିଲେ?
